ଲିପୁନ ରାଉତରାୟ
ଦେବଙ୍କ କୃପାରୁ ପବିତ୍ର ଧରାରେ,
ଉଧାରିଲ ପ୍ରଭୁ ସାଇ,
ପ୍ରେମ ଶରଧାର ଆଲୋକ ବିଛାଇ,
ଉଧାରିଲ ବାବାସାଇ । ।
ଶ୍ରଦ୍ଧା ସବୁରୀ ୟେ ମହତ ବାଣୀ
ହରଇ ମାନବ ଶୋକ,
ହିନ୍ଦୁ,ମୁସଲମାନ ନୁହଁଇ ଫରକ,
ସବ୍ କା ମାଲିକ ଏକ । ।
ବାବାଙ୍କ ଚରଣେ ନେବା ହେ ଶରଣ,
ଲୋଭ, ଅହଂକାର ଛାଡି,
ଆଜି ଏ ଜୀବନ, କାଲି କି ନ ଥିବ,
ସଂସାର ଅଫେରା ଗାଡି । ।
ପାଟସୁନ୍ଦରପୁର,କଟକ-୭୫୪୦୧୮
No comments:
Post a Comment