ଜଣେ ଥିଲେ ବୌରାଗୀ ବାବା । ତାଙ୍କ ପାଖରେ ଦୁଇଟି ସୁନାର ମୂର୍ତି ଥିଲା । ଗୋଟିଏ ଥିଲା ଗଣେଷଙ୍କର ଓ ଅନ୍ୟଟି ତାଙ୍କ ବାହାନ ମୂଷାର । ଥରେ ବୌରାଗୀ ବାବାଙ୍କର ତୀର୍ଥଯାତ୍ରା କରିବାପାଇଁ ଭାରି ମନ ହେଲା; କିନ୍ତୁ ଅର୍ଥ ତାଙ୍କ ପାଖରେ ନ ଥାଏ । ତେଣୁ ସେ ଭାବିଲେ ଏ ସୁନାର ମୂର୍ତି ଦୁଇଟିକୁ ବିକ୍ରି କରିଦେଲେ ଅର୍ଥର ବ୍ୟବସ୍ଥା ହୋଇଯିବ । ତେଣୁ ସେ ଜଣେ ସୁନାରୀ ପାଖରେ ପହଚିଂଲେ । ସୁନାରୀକୁ କହିଲେ ମୂର୍ତି ଦୁଇଟିକୁ ନେଇ ମୋତେ ତା’ର ମୂଲ୍ୟ ଦେଇଦିଅ । ସୁନାରୀ ମୂର୍ତୀ ଦୁଇଟିକୁ ନେଇ ଓଜନ କଲା । ଓଜନରେ ଦେଖାଗଲା ଗଣେଷ ମୂର୍ତୀର ଓଜନ ଯେତିକି ମୂଷାର ଓଜନ ମଧ୍ୟ ସେତିକି । ତେଣୁ ସେ ବାବାଙ୍କୁ କହିଲା- ବାବା,ଗଣେଷ ମୂର୍ତୀର ଦାମ୍ ଯେତେ ମୂଷାର ଦାମ୍ ବି ସେତେ । ଏହା ଶୁଣି ବୌରାଗୀ ବାବା ଆଶ୍ଚର୍ଯ ହେଲେ । କହିଲେ,“ଏ କିପରି କଥା । ମୂଷା ହେଲା ତାଙ୍କର ବାହାନ । ଗଣେଷଜୀ ହେଉଛନ୍ତି ମୂଷା ପିଠିରେ ବସିଲାବାଲା ମାଲିକ । ଉଭୟଙ୍କ ଦାମ୍ ସମାନ ହେବ କିପରି? ଗଣେଷଙ୍କ ଦାମ୍ ବେଶୀ ହେବା କଥା ।”
ସୁନାରୀ କହିଲା- ବାବା, ମୁଁ ଗଣେଷଜୀ କି ମୂଷା ହିସାବରେ ମୂର୍ତୀ ଦୁଇଟିକୁ ଦେଖୁନାହିଁ । ମୁଁ ଦେଖୁଛି ସୁନାକୁ । ସୁନା ଉଭୟ ମୂର୍ତୀରେ ସମାନ ପରିମାଣରେ ଅଛି । ତେଣୁ ମୂଲ୍ୟ ସମାନ ।
ଅନୁଚିନ୍ତା- ଈଶ୍ୱରଙ୍କ ସୃଷ୍ଟିରେ ଅଣୁ ପରମାଣୁରେ ଭଗବାନହିଁ ବିଦ୍ୟମାନ ଅଛନ୍ତି । ତେଣୁ ସର୍ବତ୍ର ଭଗବାନଙ୍କୁ ଦେଖୁଥିବା ବ୍ୟକ୍ତି ସମଦର୍ଶୀ ହୋଇଥାନ୍ତି । ଜଡ ଚେତନ,ସ୍ଥାବର ଅସ୍ଥାବର ସବୁ କିଛିର ତତ୍ୱ ସମାନ ହୋଇଥିବାରୁ ସମଦର୍ଶୀ ବ୍ୟକ୍ତି ପାର୍ଥକ୍ୟ ଅନୁଭବ କରନ୍ତି ନାହିଁ ।
ସୌଜନ୍ୟ “ସନ୍ଥ ବଚନ”
ସୌଜନ୍ୟ “ସନ୍ଥ ବଚନ”
No comments:
Post a Comment