ପ୍ରମୋଦ ବେହେରା
ଜଗତ କଲ୍ୟାଣ ନିମନ୍ତେ, ନିଜକୁ କରିଅଛ ବାବା ତୁମେ ଦାନ ।
ଭକତ ମାନଙ୍କୁ ନିଜର କରି,
ଉଧାରିଛ ବାବା ତାଙ୍କ ଜୀବନ । ।
ବାବା ବାବା ବୋଲି ଭକ୍ତ ଡାକୁ ଥାଏ,
ବାବା ତୁମେ ଭକ୍ତ ଡାକ ଶୁଣି ଥାଅ ।
ଭରି ଦିଅ ପ୍ରଭୁ ଅମୃତ ବରଷା,ଭରି ଯାଉ ପ୍ରଭୁ ମନର ତୃଷା । ।ତୁମ ନାମ ଗାଇ ବୁଲୁଥାଉ ସେହି,ନ ଲାଗୁ ତାକୁ ଜୀବନର ତୃଷା ।
ବାବା ବାବା ବୋଲି ଭକ୍ତ ଡାକୁଥାଏ,ବାବା ଦିଅ ଦିଗ୍ ଦର୍ଶନ ।
ଅମା ଅନ୍ଧାର ଜୀବନରେ ତାର,ଉଇଁ ଆସୁ ପୂର୍ଣ୍ଣିମାର ଜହ୍ନ । ।
ମୁଁ ତ ପାପୀଟିଏ ଡାକୁଛି ତୁମକୁ,ମୋତେ ବାବା ହୁଅ ସାହା ।
ମିଛ ଦୁନିଆରେ ସତ୍ କାମ କରି,ମୋ ଜୀବନ ହେଉ ସ୍ବାହା । ।
ସା-ଭୋଦଳ,ପୋ-ପାଟସୁନ୍ଦରପୁର,କଟକ
No comments:
Post a Comment